ମାଫିଆଙ୍କ ଗୁଣ୍ଡାରାଜ : ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ…

add-all

ପିପିଲି: ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ । ଆଜି ପିପିଲିରେ ପଥର ଚୋରା ମାଫିଆ ମାନେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆର୍‌ଆଇ ଅଭିଲିପ୍ସା ପାଣ୍ଡେ ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ୍‌ ନିକଟରେ ଏକ ପଥର ବୋଝେଇ ଟ୍ରାକ୍ଟର ଗାଡିକୁ ଚେକିଂ ପାଇଁ ଅଟକାଇଥିଲେ।

ଟ୍ରାକ୍ଟର ଡ଼୍ରାଇଭର ଗାଡି ନ ରଖି ଭୟରେ ଅନନ୍ତପୁର ଗାଁ ଭିତରକୁ ନେଇଯାଇଥିଲେ l ରାଜସ୍ୱ ନିରୀକ୍ଷକ ସ୍କୁଟିରେ ଟ୍ରାକ୍ଟରକୁ ପିଛା କରିଥଲେ । ଟ୍ରାକ୍ଟର ଡ଼୍ରାଇଭର ଗାଡ଼ିକୁ ରକ୍ଷା କରିବାକୁ ଯାଇ ଗାଁର ଏକ ମନ୍ଦିର ପିଣ୍ଡି ଓ ଖୁଣ୍ଟିକୁ ଭାଙ୍ଗି ଦେଇଥିଲେ । ଚଳନ୍ତା ଗାଡିରୁ ଡ୍ରାଇଭର ଡେଇଁ ଗାଡ଼ି ଛାଡି ଦେଇଥିଲେ । ପରେ ଗାଡିଟି ଏକ ବିଲକୁ ଓଲଟି ପଡିଥିଲା । ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।

ad-week
Leave A Reply

Your email address will not be published.