୨୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଦୁଇଟି ଥାନା ଫିରିଙ୍ଗିଆ ଓ ଗୋଛାପଡା ଥାନା ଅଂଚଳରେ କିଛିଦିନ ହେଲା ଗଂଜେଇ ଚାଲାଣ ବଢ଼ିବାରେ ଲାଗିଥିବା ବେଳେ ଏଥିପ୍ରତି ସଜାଗ ରହିଛନ୍ତି ଏହି ଉଭୟ ଥାନାରେ ଥାନା ଅଧିକାରୀ | କିଛିଦିନ ହେଲା ଲଗାତାର ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଓ ପେଟ୍ରୋଲିଙ୍ଗ କରି କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଜବତ କରିବା ସହ ଜାରି ରଖିଛନ୍ତି ଅପରେସନ ନୀଳଜହର | ଗତ କିଛି ଦିନ ତଳେ ଏହି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱରେ ଏକ ବଡ ଧରଣର ଆନ୍ତ ଜିଲ୍ଲା ଡକାୟତ ଗେଂଗ କୁ ଧରିବାରେ ଜିଲ୍ଲା ପୋଲିସ ସଫଳତା ହାସଲ କରିଥିବା ବେଳେ ପୁଣି ଏକ ବାଇକ ସହ ଏହି ଥାନା ଅଧିକାରୀ ଜଣକ ୨୧କିଲୋ ଗଂଜେଇ ଜବତ କରି ଜଣେ ଗଂଜେଇ ମାଫିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ତେବେ ଗତକାଲି ବିଳମ୍ବିତ ରାତିରେ ଫିରିଙ୍ଗିଆ ଗୋଛାପଡା ରାସ୍ତାର ମାଝୀପଡା ଘାଟି ନିକଟରେ ପେଟ୍ରୋଲିଙ୍ଗ କରୁଥୁବା ସମୟରେ କୌଣସି ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱରେ ଏକ ଟିମ ଏହି ବାଇକ ସହ   ଗଂଜେଇ କୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଇକ ଚାଲାକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ତେବେ ଗିରଫ ବାଇକ ଚାଲାକ ଜଣକ ଫିରିଙ୍ଗିଆ ଥାନା ନୂପାଦର ପଂଚାୟତ କଲାପଦର ଗାଁ ର ଯଶୋବନ୍ତ ଦୀପ ବୋଲି ଜଣାପଡିଛି | ତେବେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୨୧/୨୦୨୩ ରେ ଏକ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ଦିଆଯାଇଛି | ଅନ୍ୟପଟେ ଅନୁରୂପ ଭାବରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଙ୍କ ନେତୃତ୍ୱରେ ଏକ ଟିମ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଅନ୍ତର୍ଗତ ଗୁନୁକୂପା ଗାଁ ନିକଟ ରେ ଥିବା ଜଙ୍ଗଲ ରେ ଚାଳଣ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୋଲିସ ଚଢ଼ାଉ କରିଥିଲା | ଚଢ଼ାଉ ସମୟରେ ପୋଲିସ କୁ ଦେଖି ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ସେହି ସ୍ଥାନରୁ ପୋଲିସ ୧୮୦ କିଲୋ ଗଂଜେଇ ଜବତ କରିବାରେ ସଫଳ ହୋଇଛନ୍ତି |

ad-week
Leave A Reply

Your email address will not be published.