ଓଡ଼ିଶା ପୁଲିସ୍‌ SI ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

add-all

ଭୁବନେଶ୍ୱର :୨୦୨୧ ମସିହାରେ ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତି କାହିଁକି ରଦ୍ଧ କରାନଯିବ, ସେ ନେଇ ଜବାବ ଦାଖଲ କରିବାକୁ ସରକାରଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧ ମସିହା ଜୁନ ୨୨ ତାରିଖରେ ଓଡ଼ିଶା ପୁଲିସର ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧୭ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କରୋନା କାରଣରୁ ବିଭିନ୍ନ ନିଯୁକ୍ତି ପରୀକ୍ଷା ନହୋଇପାରିବାରୁ ୨୦୨୧, ୨୦୨୨ ଓ ୨୦୨୩ ତିନି ବର୍ଷ ମଧ୍ୟରେ ସମସ୍ତ ସରକାରୀ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୮ ବର୍ଷ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ତେବେ ଯେଉଁ ପଦବୀ ଗୁଡିକ ପାଇଁ ଆବେଦନକରିବାର ସମୟ ସୀମା ଶେଷ ହୋଇଥିବ ସେହି ବିଜ୍ଞପ୍ତି କ୍ଷେତ୍ରରେ ବୟସସୀମା ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଜାନୁଆରୀ ୧୧ ତାରିଖର ନିୟମ ଲାଗୁ ହେବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ଜାନୁଆରୀ ୧୫ ତାରିଖରେ ଆଉ ଜାରି କରିଯାଇଥିଲା। ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନର ସମୟସୀମା ଶେଷ ହୋଇଥିବାରୁ ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟମାନେ ବୟସସୀମା ବୃଦ୍ଧି ସମ୍ପର୍କିତ ସରକାରୀ ବିଜ୍ଞପ୍ତିର କୌଣସି ମୂଲ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ଆବେଦନ କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ସରକାରଙ୍କୁ ନୋଟିସ୍‌ ଜରିକରିବା ସହ ଜାନୁଆରୀ ୧୫ ତାରିଖର ସାନି ବିଜ୍ଞପ୍ତି ଉପରେ ରହିତାଦେଶ ଜରି କରିଛନ୍ତି।

ad-week
Leave A Reply

Your email address will not be published.