ବ୍ରହ୍ମପୁର (୧୦/୨) : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଣେଶ ନଗର ଦ୍ଵିତୀୟ ଲାଇନରେ ଥିବା ଏକ ନିର୍ମାଣଧୀନ ଘରୁ ବିଭିନ୍ନ ମଟର ସମେତ ଗୋଟିଏ ଲୁହା ରୋଡ଼ ଓ ଡ୍ରିଲ ମେସିନ ଚୋରି ହୋଇଛି। କେତେକ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଉପରୋକ୍ତ ସାମଗ୍ରୀ ଗୁଡିକ ଚୋରି ହୋଇଥିବା ଘଟଣାକୁ ନେଇ ଲାଞ୍ଜିପଲ୍ଲୀ ଗୌଡ଼ ସାହିର ଚିନ୍ତାମଣି ଭୂୟାଁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗ ଚିନ୍ତାମଣିଙ୍କ ସଡୁ ଗଣେଶ ନଗର ଦ୍ଵିତୀୟ ଲାଇନରେ ଗୋଟିଏ ନୁଆ ଘର ନିର୍ମାଣ କରୁଛନ୍ତି ।ସେଥିପାଇଁ ସେହି ନିର୍ମାଣ ଧିନ ଘରେ ଦୁଇଟି ମିଟର,ଗୋଟିଏ ପ୍ଲାଷ୍ଟିକ ସୁଇଚ ବୋର୍ଡ଼,୨୦ ବେଣ୍ଡଲ ଲୁହା ରୋଡ଼,ଗୋଟିଏ ଡ୍ରିଲ ମେସିନ ସମେତ ଆନ୍ୟନ୍ୟ ସାମଗ୍ରୀ ଥିଲା । ସେହି ଘର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଦୁଇଦିନ ପୂର୍ବେ ସେହି ଘରକୁ ଗଲା ବେଳେ ଉପରୋକ୍ତ ସମାନ ଗୁଡିକ ନଥିବା ଦେଖିଥିଲେ । ପରେ ଏ ନେଇ ଚିନ୍ତାମଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ବୈଦ୍ୟନାଥପୁର ଥାନା କେସ ନଂ ୭୭/୨୩ରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ପୂବରୁ ଗୋଶାଣୀନୁଆ ଗାଁ ଥାନା ଅନ୍ତର୍ଗତ ଚନ୍ଦନ ନଗର ତୃତୀୟ ଲାଇନରେ ଥିବା ଏକ ନିର୍ମାଣଧୀନ ଘରୁ ପାଣି ପମ୍ପ ଚୋରି ଅଭିଯୋଗ ହୋଇଥିଲା ।
