କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ…

add-all

ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ଟୁଇଟ୍‌ କରି ସେ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା ସହ ବାପାଙ୍କୁ ଭେଟିବାକୁ ଚାହୁଁଥିବା ସମର୍ଥକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସେ ନିବେଦନ କରିଛନ୍ତି। ଗତ ବର୍ଷ ଡିସେମ୍ବର ୨ ତାରିଖରେ ଲାଲୁ ପ୍ରସାଦ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁ ଯାଦବଙ୍କୁ କିଡ଼ନୀ ଦେଇଥିଲେ। ।

ad-week
Leave A Reply

Your email address will not be published.