୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍‌, ସ୍କୁଟି ପ୍ରତିଶ୍ରୁତି…

add-all

ଅଗରତାଲା : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦ ହଜାର ଟଙ୍କାର ବଣ୍ଡ, ମେଧାବୀ କଲେଜ ଛାତ୍ରୀଙ୍କୁ ସ୍କୁଟି ଏବଂ ୫୦ ହଜାର ମେଧାବୀ ଛାତ୍ରଙ୍କୁ ସ୍ମାର୍ଟଫୋନ୍‌ ପ୍ରତିଶ୍ରୁତି ଦିଆଯାଇଛି।

ପିଏମ୍‌ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ବର୍ଷକୁ ୨ଟି ଏଲ୍‌ପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବା ସହ ସମସ୍ତ ଯୋଗ୍ୟ ଭୂମିହୀନଙ୍କୁ ଜମି ପଟ୍ଟା ଏବଂ ଭୂମିହୀନ କୃଷକଙ୍କୁ ୩,୦୦୦ ଟଙ୍କାର ଆର୍ଥତ୍କ ସହାୟତା ଯୋଗାଇଦିଆଯିବ। ଆଦିବାସୀ ଭୋଟର ନିର୍ଣ୍ଣାୟକ ହୋଇଥିବାରୁ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ଭାଜପା ସେମାନଙ୍କ ଅଞ୍ଚଳକୁ ଅଧିକ ସ୍ବାୟତ୍ତ ଶାସନ କ୍ଷମତା ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ତ୍ରିପୁରାରେ ଭାଜପା କ୍ରମାଗତ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଆଦିବାସୀମାନଙ୍କ ପାଇଁ ସ୍ବତନ୍ତ୍ର ରାଜ୍ୟ ଚାହୁଁଥିବା ଟିପ୍ରା ମୋଥା (ତିପ୍ରହା ଇଣ୍ଡିଜେନିଅସ୍‌ ପ୍ରୋଗ୍ରେସିଭ୍‌ ରିଜିଅନାଲ ଆଲାଏନ୍ସ) ଆଦିବାସୀ ଅଞ୍ଚଳରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ad-week
Leave A Reply

Your email address will not be published.