ଆଦାନିଙ୍କୁ ନେଇ ମୋଦିଙ୍କ ବିରୋଧରେ ବର୍ଷିଲେ ଖାଡ଼ଗେ…

add-all

ନୂଆଦିଲ୍ଲୀ : ମୋଦି ଜନତାଙ୍କ ଅର୍ଥ ନେଇ ନିଜ ବନ୍ଧୁ ଆଦାନିଙ୍କୁ ଫଣ୍ଡିଂ କରିଛନ୍ତି। ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖାଡ଼ଗେ କହିଛନ୍ତି ଯେ, ଶାସନ କ୍ଷମତାକୁ ଆସିବା ପରେ ମୋଦି ଉଦ୍ଦ୍ୟୋଗପତି ଗୌତମ ଅଦାନୀଙ୍କୁ ସାହାଯ୍ୟ କରିଛନ୍ତି। ଉଚିତ ପ୍ରସଙ୍ଗକୁ ନ ଉଠାଇବା ଭଳି କାମ କରି ଲୋକତନ୍ତ୍ରକୁ ଶେଷ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୧୯ରେ ଅଦାନୀଙ୍କ ସମ୍ପତ୍ତି ୧ ଲକ୍ଷ କୋଟି ଥିଲା ହେଲେ ଅଢେଇ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୧୩ ଲକ୍ଷ କୋଟି ହୋଇଗଲା । ଏ ହେଉଛନ୍ତି ସେହି ଆଦାନୀ ଯାହାଙ୍କ ବିମାନରେ ମୋଦି ଶପଥ ନେବାକୁ ଯାଇଥିଲେ ।
ସେହିପରି ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ମୁଣ୍ଡରେ ଥିବା ଋଣ ଭାରତୀୟ ଅର୍ଥନୀତିର ଏକ ପ୍ରତିଶତ ଠାରୁ ଅଧିକ। ନିକେଇ ଏସିଆ ନାମକ ସଂସ୍ଥା ଏହାର ରିପୋର୍ଟରେ ଏହି ଦାବି କରିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଆକଳନ ଅନୁସାରେ ଗତବର୍ଷ ଅକ୍ଟୋବରରେ ଭାରତୀୟ ଅର୍ଥନୀତିର ମୂଲ୍ୟ ୨୭୩ ଲକ୍ଷ କୋଟି ଟଙ୍କା ଥିଲା। ଆଦାନି ଗ୍ରୁପ୍‌ ୩.୩୩ ଲକ୍ଷ କୋଟି ଟଙ୍କାର ଋଣ କରିଛି।
ତାହା ଭାରତୀୟ ଅର୍ଥନୀତିର ୧.୨ ପ୍ରତିଶତ ସହ ସମାନ। ଆଦାନି ଗ୍ରୁପ୍‌ର ୧୦ଟି ସଂସ୍ଥା ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ବେଳେ ବହୁ ପ୍ରାଇଭେଟ୍ କଂପାନି ମଧ୍ୟ ଏହା ଅଧିନରେ ରହିଛନ୍ତି। ଯଦି ସେମାନେ ନେଇଥିବା ଋଣକୁ ବିଚାର କରାଯିବ ତେବେ ଗ୍ରୁପ୍‌ର ମୋଟ ଋଣ ଆହୁରି ଅଧିକ ହେବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.