ଥରିଲା ଆସାମ, ନଗାଓଁରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ…

add-all

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ହେବା ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ ହୋଇଥିବା କହିଛି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି।
ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ଅସାମର ନଗାଓଁରେ ଫେବ୍ରୁଆରି ୧୨ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା।
ଏହାର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ସୁରଟ ଜିଲ୍ଲାରେ ୩.୮ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ମଧ୍ୟରାତ୍ରୀ ୧୨.୫୨ ରେ ହୋଇଥିବା ବେଳେ ଏହା ଉତ୍ପତ୍ତିସ୍ଥଳ ସୁରଟରୁ ପ୍ରାୟ ୨୭କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ଥିବା ଜଣାପଡ଼ିିଥିଲା।
ତେବେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୮ ହଜାର ଟପିଯାଇଛି। ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି। ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ। ତୁର୍କୀର ହତୟ ପ୍ର‌ଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସବୁଠି ହତାଶା ଦେଖାଦେଇଛି।

ad-week
Leave A Reply

Your email address will not be published.