ଭ୍ୟାଲେଣ୍ଟାଇନ ଡେ’ରେ ଦ୍ବିତୀୟ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା…

add-all

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟଥର ବିବାହ କରିବେ । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତ ଫେରା ନେବେ ବୋଲି କୁହାଯାଉଛି।
ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା। ସେ ପ୍ରକାଶ ଝା’ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ନତାଶାଙ୍କ ସହ କିଛିଦିନ ଡେଟ କରିବା ପରେ ହାର୍ଦ୍ଦିକ ବିବାହ କରିଥିଲେ। ତେବେ ଏଦୁହିଁଙ୍କ ଆକସ୍ମିକ ବିବାହ ଖବର ଶୁଣିବା ପ‌‌ରେ ସମସ୍ତେ ଚକିତ ହୋଇଯାଇଥିଲେ। ୨୦୨୦ରେ ନତାଶା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବିବାହ କରିବା ସହିତ ଗର୍ଭବତୀ ଥିବା କଥାକୁ ଘୋଷଣା କରିଥି‌ଲେ। ଦୁହିଁଙ୍କର ଏକ ସନ୍ତାନର ରହିଛି।
ଏହି କ୍ରମରେ ହାର୍ଦ୍ଦିକଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି। ୨୦୨୦ରେ ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ଧୁମଧାମରେ ହୋଇ ନଥିଲା। ତେଣୁ ଦୁହେଁ ବହୁ ଆଡମ୍ବର ସହ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିବେ ବୋଲି ଅନେକ ଦିନ ହେବ ସ୍ଥିର କରିଥିଲେ।
କୁହାଯାଉଛି କି ପ୍ରେମଦିବସ ଦିନ ଅର୍ଥାତ ଭ୍ୟାଲେଣ୍ଟାଇନ ଡେ ଅବସରରେ ହାର୍ଦ୍ଦିକ ଓ ନତାଶଙ୍କ ଉଦୟପୁରରେ ଧୁମଧାମରେ ପୁଣିଥରେ ବିବାହ ହେବ। ଏହି ବିବାହ କାର୍ଯ୍ୟକ୍ରମ ଫେବୃଆରି ୧୩ରୁ ଆରମ୍ଭ ହୋଇ ଫେବୃଆରି ୧୬ ପର୍ଯ୍ୟନ୍ତ ଚାଲିବ। ବିବାହ ପୂର୍ବରୁ ଦୁହିଁଙ୍କ ମେହେନ୍ଦୀ, ହଳଦୀ ରସମ ବି ହେବ ବୋଲି କୁହାଯାଉଛି। ଏହି ବିବାହ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ଓ ନତାଶ ସେମାନଙ୍କ ଅନେକ ଅତିଥି, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ad-week
Leave A Reply

Your email address will not be published.