ବାଇକକୁ ପିଟି ଓଲଟି ପଡିଲା କାର, ଘଟଣା ସ୍ଥଳରେ ଜଣକର ମୃତ୍ୟୁ

add-all

ଆନନ୍ଦପୁର:  ବାଇକ୍ ପଛକୁ ଧକ୍କା ଦେଲା କାର। ଦୁର୍ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ କେନ୍ଦୁଝର ପଟୁ ଦ୍ରୃତ ଗତିରେ ଆସୁଥିବା ଏକ କାର ଗୋଟିଏ ବାଇକକୁ ପଛ ପଟୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା।

ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଉଦ୍ଧାର କରି  ସ୍ଥାନୀୟ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଥାନା ଉଜୁଣି ଗ୍ରାମର ସୁବ୍ରତ ରାଉତ ବୋଲି ଜଣାପଡିଛି। ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଏବଂ ବାଇକକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.