ବେଙ୍ଗ ତରକାରୀ ଖାଇ ଜଣେ ମୃତ, ଅନ୍ୟ ଜଣେ ସଙ୍କଟାପର୍ଣ୍ଣ

add-all

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା। ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ସେ ଖାଇଥିଲେ। ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିବାରୁ ସକାଳେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ଖାଦ୍ୟ ଅଭାବରୁ ଏଭଳି ଅଖାଦ୍ୟ ଖାଉ ଥିବାରୁ ଅନେକ ସମୟରେ ଗରିବ ଆଦିବାସୀ ଲୋକ ପୁଷ୍ଟିହୀନତା ବା ଅନ୍ୟାନ୍ୟ ରୋଗରେ ପଡ଼ି ଅସୁସ୍ଥ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବାମେବାରୀ ଥାନା ଅଧିକାରୀ କହିଛନ୍ତି, ମୃତ୍ୟୁ ପରେ ଖବର ଆସିଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ। ଅନ୍ୟପକ୍ଷରେ ବେଙ୍ଗମାନେ ସାଧାରଣତଃ ବିଷାକ୍ତ ନୁହନ୍ତି। ଏଣୁ କେଉଁ କାରଣରୁ ମୃତ୍ୟୁ ହୋଇଛି ଯାଞ୍ଚ କରାଗଲେ ଜଣାପଡ଼ିବ ବୋଲି ବରିଷ୍ଠ ମେଡିସିନ ବିଶେଷଜ୍ଞ ନିରଞ୍ଜନ ବେହେରା କହିଛନ୍ତି।

ad-week
Leave A Reply

Your email address will not be published.