ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

add-all

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପରିସରରେ ହୃଦଘାତରେ ହୋଇଛି ବିଚିତ୍ର ପଲେଇଙ୍କ ମୃତ୍ୟୁ। ଶବ ବ୍ୟବଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ନିଶା କିମ୍ବା ବିଷକ୍ରିୟା କାରଣରୁ ତାଙ୍କର ମୃତ୍ୟୁ ହୋଇଛି କି ନୁହେଁ, ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ।

ଥାନା ପରିସରରେ ହୃଦଘାତରେ ବିଚିତ୍ରଙ୍କ ମୃତ୍ୟୁ ହୋଇଥିବାରୁ NHRC ଗାଇଡ୍‌ଲାଇନ୍‌ ଅନୁସାରେ ତଦନ୍ତ ଚାଲିଛି। ଅପହରଣ ଓ ହତ୍ୟା ଦଫାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ବିଚିତ୍ରଙ୍କ ଘର ଗାଡକଣରେ, ସେ ଜଣେ ମିଠା ବ୍ୟବସାୟୀ। ଧାର ଟଙ୍କା ଫେରାଉ ନଥିବାରୁ ଗୁରୁବାର ରାତିରେ ତାଙ୍କୁ ଦୁଇ ଜଣ ଅପହରଣ କରି କାର୍‌ରେ ନେଇଥିଲେ। ବାଣୀବିହାର ନିକଟରେ କାର୍‌ରୁ ଖସି ପଡ଼ିଥିଲେ ବିଚିତ୍ର । ବାଇକ ଯୋଗେ ସହିଦନଗର ଥାନାକୁ ଯାଇଥିଲେ ବିଚିତ୍ର । ହଠାତ୍ ସେଠାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସିସିଟିଭିରେ କଏଦ ହୋଇଥିଲା । ମୃତ୍ୟୁ ପୂର୍ବରୁ ବିଚିତ୍ରଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.