ବାଣୀବିହାରରେ ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ…

add-all

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ଅସନ୍ତୋଷ। ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପି.ଜି କାଉନସିଲ ଅଡ଼ିଟୋରିୟମ ଠାରେ ” ସମ୍ବିଧାନ ଏବଂ ଶିକ୍ଷା” ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା।

ଜେ ଏନ ୟୁ ର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ କିଛି ଛାତ୍ର ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ପରେ ଆରମ୍ଭ କଲେ ଉନ୍ମତ କାଣ୍ଡ। ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କଲେ। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଛି।

ad-week
Leave A Reply

Your email address will not be published.