ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର…

add-all

ଆଠଗଡ଼: ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସା ଚାଲିଥିବା ସୂଚନା ରହିଛି। କାହିଁକି ଗୁଳିମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି। ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ad-week
Leave A Reply

Your email address will not be published.