ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ରେ ପୁରସ୍କୃତ ହେଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା…

add-all

ବ୍ରହ୍ମପୁର : ଫେୃୟାରୀ ୧୧ରେ ହାଇଦ୍ରାବାଦ ର ବେଣୁପତି ଶ୍ରୀରାମୂଳ ତେଲଗୁ ବିଶ୍ଵବିଦ୍ୟାଳୟ ରେ ଭାମସି ଇଭେଣ୍ଟ ଏବଂ ମୋଏର୍ଡ ଫାଉଣ୍ଡେସନ ପକ୍ଷରୁ ଆୟଜିତ ସ୍ଵତନ୍ତ୍ର ଉତ୍ସବ ରେ  ବାଲୁକା ଶିଳ୍ପୀ ସତ୍ୟ ମହାରଣା ଙ୍କୁ ଏହି ସମ୍ମାନ ଜନକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ପ୍ରଦାନ କରାଯାଇଛି।  ଏଥିପାଇଁ ତାଙ୍କୁ  ନିଜ ଜନ୍ମ ମାଟି ସୋରଡ଼ା ଓ କର୍ମ ଭୂମି ବ୍ରହ୍ମପୁର ସହ ଅନେକ ସ୍ଥାନରୁ ଶୁଭେଛା ସୁଅ ଛୁଟିଛି।

ବିଭିନ୍ନ ସମୟରେ ବାଲୁକା କଳା ମାଧ୍ୟମରେ ସଚେତନ କରିବା ସହିତ ବିଶ୍ଵର ସବୁଠୁ ଛୋଟ ଦେବା ଦେବୀ ମୂର୍ତ୍ତି ଗଣେଶ, ଦୁର୍ଗା, କାଳୀ, ଜଗନ୍ନାଥ, ଲକ୍ଷ୍ମୀ, ସରସ୍ଵତୀ, ରାମ, କୃଷ୍ଣ, ବୁଦ୍ଧ ଏହିଭଳି ଅନେକ କଳାକୃତି ନିର୍ମାଣ କରିଛନ୍ତି। ଏହା ପୂର୍ବ ରୁ ମଧ୍ୟ ମୁମ୍ବାଇ, ଦିଲ୍ଲୀ, ବେଙ୍ଗଲୋର୍ ଅନେକ ସ୍ଥାନରୁ ଜାତୀୟ ଆନ୍ତର୍ଜାତୀୟ ପୁରସ୍କୃତ ହୋଇଛନ୍ତି। ଆଗାମୀ ଦିନରେ ମଧ୍ୟ ବହୁ କଳା ଶିଳ୍ପ ମାଧ୍ୟମରେ ବହୁ ସଂମ୍ମାନ ଜନକ ପୁରସ୍କାର ର ଅଧିକାରୀ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ବାଲୁକା ଶିଳ୍ପୀ ଶ୍ରୀ ମହାରଣା।

ad-week
Leave A Reply

Your email address will not be published.