ଆଠଗଡ଼ ବନଖଣ୍ଡରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ…

add-all

ଆଠଗଡ଼ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠଗଡ଼ ବନଖଣ୍ଡରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡିଛି ମୃତଦେହ। ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଛି।

ତେବେ ହାତୀକୁ ଶୀକାରୀ କରାଯାଇଛି ନା ଅନ୍ୟ କୌଣସି କାରଣ ପାଇଁ ମୃତ୍ୟୁ ହୋଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀର କଙ୍କାଳ ଠାବ ହୋଇଥିବା ବେଳେ ୨ଟି ଗୁଳିବିଦ୍ଧ ହାତୀ ର ମୃତଦେହ ଉଦ୍ଧାର ହୋଇଥିଲା।

ad-week
Leave A Reply

Your email address will not be published.