ସଫଳ କିଡ଼ନୀ ପ୍ରତିରୋପଣ ପରେ ଭାରତକୁ ଫେରି ଆସିଛନ୍ତି ଲାଲୁ…

add-all

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ ସଫଳ କିଡନୀ ପ୍ରତିରୋପଣ ହୋଇଥିଲା। ଏହାପରେ ଗତଶନିବାର ସେ ଭାରତକୁ ଫେରି ଆସିଛନ୍ତି। ପୂର୍ବ ଅପେକ୍ଷା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା କୁହାଯାଉଛି।
ଏହି କ୍ରମରେ ପାର୍ଟି ଆରଜେଡି ଲୋକସଭା ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଆରମ୍ଭ କରି ଦେଇଛି। ଫେବୃଆରି ୨୫ରେ ରାଲି ହେବାର ଯୋଜନା ରହିଛି। ଏହାପରଠାରୁ ପାର୍ଟି ଜୋରସୋରରେ ୨୦୨୪- ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବ। ଏସବୁ ଭିତରେ ଆରଜେଡ଼ି ଅନେକ ନେତାଙ୍କ ଉପରେ ଆକସନ ବି ନେବ। କୁହାଯାଉଛି ଯେ ଅନେକ ଜିଲ୍ଲାପାଳଙ୍କ ଛୁଟି କରିଦିଆଯିବ।
ପ୍ରକାଶିତ ରିପୋର୍ଟ ମୁତାବକ, ଆରଜେଡ଼ି ବୁଥ ଓ ସଙ୍ଗଠନସ୍ତରରେ କିପରି ମଜବୁତ କାମ ହୋଇପାରିବ ସେଦିଗରେ ଚେଷ୍ଟା ଚଳାଇଛି। ଏହି କ୍ରମରେ କୁହାଯାଉଛି କି ୧୦ଟି ଜିଲ୍ଲାପାଳଙ୍କୁ କାମରୁ ବାହାର କରିଦିଆଯିବ। କାରଣ ଏମାନଙ୍କ କାମରେ ପାର୍ଟି ସନ୍ତୋଷ ନୁହେଁ। ଉକ୍ତ ଜିଲ୍ଲାପାଳ କାମରେ ହେଳା କରୁଥିବା ଅନେକ ସମୟରେ ଅଭିଯୋଗ ବି ହୋଇଛି ବୋଲି କୁହାଯାଉଛି।

ତେବେ ମୁଙ୍ଗେର, ନାଳନ୍ଦା, ଶେଖପୁରା, ମଧୁବନୀ, ଶିବହର, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ , ଗୟା, ସିବାନ ଓ ଛପରା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କ କାମକୁ ନଜରରେ ରଖି ସେମାନଙ୍କୁ ବାହାର କରିବାକୁ ନିଷ୍ପତ୍ତି ହୋଇଛି।

ad-week
Leave A Reply

Your email address will not be published.