ତୁର୍କୀ ଓ ସିରିୟାରେ ହାହାକାର ପରିସ୍ଥିତି, ଦେବଦୂତ ସାଜିଛି ଭାରତ…

add-all

ନୂଆଦିଲ୍ଲୀ : ପ୍ରକୃତିର ତାଣ୍ଡବରେ ତୁର୍କୀ ଓ ସିରିୟାରେ ହାହାକାର ପରିସ୍ଥିତି। ଭୟଙ୍କର ଭୂମିକମ୍ପ ପରେ ଖୋଲା ଆକଶତଳେ ଦୟନୀୟ ଭାବେ ବିତୁଛି ଜୀବନ। ଖାଦ୍ୟ, ପାନୀୟ ସବୁ କିଛି ଅଭାବ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି । ଏହି ସଙ୍କଟ ସମୟରେ ଭାରତ ଦେବଦୂତ ପରି ଅସହାୟ ତୁର୍କୀ ଓ ସିରିୟା ପାଇଁ ଛିଡ଼ା ହୋଇଛି।

ବର୍ତ୍ତମାନ ସୁଦ୍ଧା ହିନ୍ଦୋନ ଏୟାରବେସରେ ୩ ଟ୍ରକ୍ ଲୋଡ୍ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏଥିରେ ୨୭ଟି ଜୀବନ ରକ୍ଷାକାରୀ ଔଷଧ ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଅନ୍ତର୍ଭୁକ୍ତ ରହିଛି। ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ। ସେହିପରି ଫେବ୍ରୁଆରି ୧୦ରେ, ଉଭୟ ତୁର୍କୀ ଏବଂ ସିରିଆ ପାଇଁ ବ୍ୟାପକ ପରିମାଣର ରିଲିଫ୍ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା। ସିରିଆ ପାଇଁ ଏହି ସାମଗ୍ରୀରେ ୭୨ଟି ଗୁରୁତ୍ୱପୂର୍ଣ୍ଣ ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ୭.୩ ଟନ୍ ସୁରକ୍ଷାତ୍ମକ ସାମଗ୍ରୀ ରହିଥିଲା। ଯାହାର ମୂଲ୍ୟ ୧.୪ କୋଟି ଟଙ୍କା ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ ତୁର୍କୀ ଏବଂ ସିରିଆକୁ ଜରୁରିକାଳୀନ ସହାୟତା ସାମଗ୍ରୀ ଯୋଗାଇବା ପାଇଁ ସମୀକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ ଗତ ୬ ତାରିଖ ଦିନ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ରବିବାର ପୁଣି ସିରିଆରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା।

ad-week
Leave A Reply

Your email address will not be published.