ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା…

add-all

ଭୁବନେଶ୍ୱର : ଧନୁପାଲି ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଜୟନାରାୟଣଙ୍କ କୁଶ ପୁତ୍ତଳିକା ଦାହ କରିଛି ମହିଳା ବିଜେଡି। ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ଦଳ।

କଟକରେ ବି ବିକ୍ଷୋଭ କରିଛି ବିଜେଡି। ଶହ ଶହ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମ୍ବଲପୁରରେ ବି ଜୋରଦାର ପ୍ରତିବାଦ କରାଯାଇଛି। ସମ୍ବଲପୁରରେ ସର୍କିଟ ହାଉସ୍‌ ଘେରିଛନ୍ତି ବିଜେଡି କର୍ମୀ । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ବି ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶହ ଶହ କର୍ମୀ।

ad-week
Leave A Reply

Your email address will not be published.