୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ…

add-all

କୁଚିଣ୍ଡା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍‌ଆଇ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଛରା ଆରଆଇ ସତ୍ୟନାରାୟଣ କାଉଡ଼ି ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି । ଜମି ପଟ୍ଟା କରିବା ପାଇଁ ରିପୋର୍ଟ ଦେବାକୁ ସେ ଲାଞ୍ଚ ନେଉଥିଲେ । ଆରଆଇ ସତ୍ୟନାରାୟଣଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ଟ୍ରାପ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ସତ୍ୟନାରାୟଣଙ୍କର ତିନୋଟି ସ୍ଥାନରେ ଚାଲିଛି ରେଡ । ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୋଛରା ସରକାରୀ କାର୍ଯ୍ୟାଳୟ ସହ ମହୁଲଡିହି ଭଡା ଘରେ ସମ୍ବଲପୁର ଭିଜିଲାନ୍ସ ଦ୍ଵାରା ରେଡ୍‌ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ରେଡ୍‌ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.