ରାସ୍ତା କଡ଼ରୁ ମିଳିଲା ମୃତଦେହ…

add-all

ଟିଟିଲାଗଡ଼: ଟିଟିଲାଗଡ଼ ବଲାଙ୍ଗୀର ରାସ୍ତା କଡ଼ରୁ ଶୁକ୍ରବାର ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡ଼ିଥିବା ଦେଖାଯାଇଥିଲା। ମୃତକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା ବୋଲି ଜଣାପଡିଛି।

ଗୁରୁବାର ସନ୍ଧ୍ୟାରେ ନଟୁ ଏକ ବାଇକରେ ଗଁରେଇ ଗ୍ରାମକୁ ପିନ୍ଧାଣି କାମରେ ଯାଉଛି ବୋଲି କହିଥିଲେ। ହେଲେ ଆଜି ସକାଳୁ ରାସ୍ତା କଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଟିଟିଲାଗଡ଼ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.