ରାଜ୍ୟଗୁଡିକୁ ବିନା ସୁଧରେ ୫୦ ବର୍ଷ ଯାଏଁ ଋଣ ବ୍ୟବସ୍ଥା

add-all

ଭୁବନେଶ୍ବର: ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି- କୌଣସି ଶସ୍ୟ ସଂଗ୍ରହ କମାଇ ନାହିଁ। ଚାଷୀଙ୍କୁ ଆବଶ୍ୟକତା ପରିମାଣରେ ଦିଆଯାଉଥିବା ଚାହିଦା ବଢିଛି। ଏମ୍‌ଏସ୍‌ପି ମଧ୍ୟ ବଢିଛି। ତେଣୁ ଶସ୍ୟ କିଣା ପରେ ଚାଷୀଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ଅଧିକ ରହୁଛି। ଏମ୍‌ଏସ୍‌ପି ସିଧା ସଳଖ ଚାଷୀଙ୍କ ପାଖକୁ ଯାଉଛି। ଫଳରେ ଚାଷୀଙ୍କ ଅର୍ଥ ମଧ୍ୟସ୍ଥି ନେବା ପ୍ରକ୍ରିୟା ବନ୍ଦ ହୋଇଛି।

ମୋଦି ସରକାରଙ୍କ ଅମଳରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି। ତାହା ପୁଣି MSP ଦରରେ। ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ୍। ମନରେଗାରେ ବଜେଟ ଅନୁଦାନ ହ୍ରାସ ପାଇନି ବୋଲି କହିଲେ। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ବିନା ସୁଧରେ ଋଣ  ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ବଜେଟ୍ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

ad-week
Leave A Reply

Your email address will not be published.