ପୁରୀ ଲୋକନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଭୋର ୪ ଟାରେ ଉଠିବ ମହାଦୀପ

add-all

ପୁରୀ: ପୁରୀ ଲୋକନାଥ ମନ୍ଦିରରେ ଭୋର ୪ ଟାରେ ମହାଦୀପ ଉଠିବ । ଆଜି ରାତ୍ରି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଭୋର ୪ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତ୍ରି ଯାଏ ଚାଲିବ ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବାରିକେଡ଼ିଂ ମଧ୍ୟରେ ଲାଇନ୍ ବାନ୍ଧି ଦର୍ଶନ ସହ କଡ଼ା ସୁରକ୍ଷା ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ବିଶେଷ କରି ମଧ୍ୟ ରାତ୍ର ପରେ ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।

ରାତି ୧୨ଟା ରେ ଦ୍ୱାରଫିଟା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏହି ପବିତ୍ର ଦିନରେ ଲୋକନାଥଙ୍କୁ ଦର୍ଶନ କରି ଭକ୍ତ ମାନେ ଅଶେଷ କୃପା ଲାଭ କରୁଛନ୍ତି।ଶ୍ରୀଲୋକନାଥଙ୍କୁ ଶ୍ରୀମନ୍ଦିରରେ ଭଣ୍ତାର ରକ୍ଷକ ଭାବେ ବିବେଚନା କରାଯାଇଥାଏ। ସେଥିପାଇଁ ଏଠାରେ ହରିହର ଭେଟର ମଧ୍ୟ ପରମ୍ପରା ରହିଛି। ଏହାଛଡ଼ା ଏହି ଭେଟ ନୀତି ପରେ ମହାଦୀପ ଉଠିବାର ପରମ୍ପରା ମଧ୍ୟ ରହିଛି।ଭକ୍ତମାନେ ମନ୍ଦିର ଚତୁପାର୍ଶ୍ୱରେ ରାତି ତମାମ ଉଜାଗର ରହି ଦୀପ ଜାଳିବା ସହ ଏହି ନୀତି ଦର୍ଶନ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସିସିଟିଭି, ବ୍ୟାରିକେଡ଼ିଂ ସହ ଅତିରିକ୍ତ ଏସପି, ସିଟି ଡ଼ିଏସପି, ସମସ୍ତ ଥାନାର ଆଇଆଇସିଙ୍କ ସହ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ad-week
Leave A Reply

Your email address will not be published.