ବିଷାକ୍ତ ଖାଦ୍ୟ ଖାଇ କନ୍ୟାଶ୍ରମର ଜଣେ ଅନ୍ତେବାସୀ ମୃତ ଓ ୨୬ ଜଣ ଗୁରୁତର…

add-all

ସୋର: ବାଲେଶ୍ବର ଜିଲ୍ଲା ସୋର ଠାରେ ଥିବା ପୁରବାଇ କନ୍ୟାଶ୍ରମରେ ଗତକାଲି କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୧୦ମ ଶ୍ରେଣୀ ଛାତ୍ରୀ ରବିନା ସିଂ ମୃତ୍ୟୁ ହୋଇଥିଲା ।

ଆଜି ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ପୁଣି ୨୬ ଜଣ ଛାତ୍ରୀ ଅସୁସ୍ଥ ଥିବା ଛାତ୍ରଙ୍କୁ ସୋର ଡ଼ାକ୍ତରଖlନାରେ ଭର୍ତ୍ତି କରିଥଲେ। ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ୱର ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତଙ୍କର ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.