ବଜେଟ୍‌ରେ ବ୍ୟସ୍ତ ଅଛି, ସିବିଆଇକୁ ସମୟ ମାଗିଲେ ସିସୋଦିଆ…

add-all

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ହାଜର ହେବାକୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ‘ସିବିଆଇ’କୁ ସମୟ ମାଗିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ଏହି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି ‘ସିବିଆଇ’ ସମନ୍‌ ପଠାଇଥିଲା ବୋଲି ଶନିବାର ଦିନ ନିଜେ ‘ଆପ୍‌’ ନେତା ସିସୋଦିଆ ‘ଟୁଇଟ୍‌’ କରି ସୂଚନା ଦେଇଥିଲେ।

ଆଜି ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଦିଲ୍ଲୀ ବଜେଟ୍‌ର ଚୂଡ଼ାନ୍ତ କାର୍ଯ୍ୟ କରୁଥିବାରୁ ଏଇଟା ଅତି ଗୁରୁତ୍ବପୂର୍ଣ୍ଣ ସମୟ। ତେଣୁ, ଜେରା ପାଇଁ ଫେବ୍ରୁଆରି ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟ ଦେବା ଲାଗି ମୁଁ ‘ସିବିଆଇ’କୁ ଲେଖି ଜଣାଇ ଦେଇଛି।

ଅର୍ଥମନ୍ତ୍ରୀ ହୋଇଥିବାରୁ ଠିକ୍‌ ସମୟରେ ବଜେଟ୍‌ ଉପସ୍ଥାପନ କରିବା ମୋର କର୍ତ୍ତବ୍ୟ। ବଜେଟ୍‌ ପ୍ରସ୍ତୁତି କରିବା ଲାଗି ମୁଁ ଦିନରାତି କାମ କରୁଛି। ଫେବ୍ରୁଆରି ଶେଷ ସପ୍ତାହ ପରେ ଯାଇ ସେମାନଙ୍କ ସମସ୍ତ ପ୍ରଶ୍ନ ଉତ୍ତର ଦେବି ବ‌ୋଲି ମୁଁ ‘ସିବିଆଇ’କୁ ଅନୁରୋଧ କରିଛି। ଫେବ୍ରୁଆରି ଶେଷ ଆଡ଼କୁ ଯେକୌଣସି ଦିନ  ‘ସିବିଆଇ’ ଡାକିବ ମୁଁ ଯାଇ ହାଜର ହେବି। ମୁଁ ସବୁବେଳେ ସେମାନଙ୍କୁ ସହଯୋଗ କରି ଆସିଛି ବୋଲି ସେ କହିଛନ୍ତି।

ସମନ୍‌ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଶନିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଥିଲେ, ଦିଲ୍ଲୀ ମଦ ନୀତି ମାମଲାରେ କ‌ୌଣସି ଦୁର୍ନୀତି ହୋଇନାହିଁ। ଏଇଟା ମନୀଷ ସିସୋଦିଆଙ୍କ ବିରୋଧରେ ଗୋଟାଏ ଷଡ଼ଯନ୍ତ୍ର।

ad-week
Leave A Reply

Your email address will not be published.