ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭାଇ ତଥା ଅଭିନେତା-ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ

add-all

ହାଇଦ୍ରାବାଦ: ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।

ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ କୁପ୍ପମ୍‌ରେ ରୋଡ୍‌ ସୋ’ ସମୟରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ସେ ‘କୋମା’ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।

ଉଲ୍ଲେଖଯୋଗ୍ୟ, ନନ୍ଦମୁରାଇ ତାରକ ରତ୍ନ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି. ରାମାରାଓଙ୍କ ନାତି ଓ ଟଲିଉଡ୍‌ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମ୍ପର୍କୀୟ ଭାଇ। ରୋଡ୍‌ ସୋ’ ବେଳେ ଭୟାବହ ହୃଦ୍‌ଘାତରେ ସରବ୍ୟ ହୋଇ ସେ ପଡ଼ିଯାଇଥିଲେ। ପ୍ରଥମେ ତାଙ୍କୁ କୁପ୍ପମ୍‌ସ୍ଥିତ ଏକ ହସ୍ପିଟାଲ୍‌କୁ ନିଆଯାଇଥିଲା। ପରେ ସେଠାରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନାରାୟଣ ହୃଦୟାଳୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

୨୦୦୨ରେ ମୁକ୍ତିଲାଭ କରିଥିବା ‘ଓକାତୋ ନମ୍ବର୍‌ କୁରାଡୁ’ ଚଳଚ୍ଚିତ୍ରରେ ସେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ସେ ‘ୟୁବା ରତ୍ନ’, ‘ତାରକ’, ‘ଭାଦ୍ରାଦ୍ରି ରାମୁଡୁ’ ଏବଂ ‘ଅମରାବତୀ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଆସନ୍ତାବର୍ଷ ‘ଟିଡିପି’ ଟିକେଟ୍‌ରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ସେ ଖୁବ୍‌ ଆଗ୍ରହୀ ଥିଲେ ଏବଂ ପଦଯାତ୍ରାର ପ୍ରଥମ ଦିନ ‘ଲୋକେଶ ପଦଯାତ୍ରା’ରେ ଯୋଗ ଦେଇଥିଲେ। ତାଙ୍କର ପତ୍ନୀ ଆଲେଖ୍ୟ ଓ ଗୋଟିଏ ଝିଅ ଥିବା କଥା ପରିବାରସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.