ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-ୱେରେ ହଠାତ୍‌ ମାଡ଼ି ଆସିଲା କୁହୁଡ଼ି, ପଛକୁ ପଛ ଧକ୍କା ହୋଇଗଲେ ୩୦ରୁ ଅଧିକ ଗାଡ଼ି!

add-all

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-େଓ୍ଵରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରୁ ହାଲୁକା କୁହୁଡ଼ି ପଡ଼ିବା ଆରମ୍ଭ ହୋଇଥିଲା ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଯାହାଫଳରେ କି, ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌ େଓ୍ଵରେ ଯାଉଥିବା ଗୋଟିଏ ପରେ ଗୋଟିଏ ୩୦ରୁ ଅଧିକ ଗାଡ଼ି ପଛକୁ ପଛ ପରସ୍ପର ସହିତ ପିଟି ହୋଇ ଯାଇଥିଲେ।

ଘଟଣା ସକାଳ ପ୍ରାୟ ୮ଟା ସମୟରେ ଘଟିଛି। ଏଠାରେ ଗାଜିଆବାଦର ଡାସନା ଅଞ୍ଚଳରେ ଘନ କୁହୁଡ଼ି କାରଣରୁ ଗାଡ଼ି ଚାଳକମାନେ ଅନ୍ୟ ଗାଡ଼ିଗୁଡ଼ିକୁ ଦେଖିପାରି ନ ଥିଲେ, ଫଳରେ ପରସ୍ପର ସହ ଧକ୍କା ହୋଇଥିଲେ। ଏଥିରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ଦୁର୍ଘଟଣା ପରେ ଏକ୍ସପ୍ରେସ୍‌-େଓ୍ଵରେ ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ୍‌ ଲାଗି ରହିଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଏକ୍ସପ୍ରେସ୍‌-େଓ୍ଵରୁ ଜାମ୍‌ ହଟାଇବା ପାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଯାଉଛି। ସେପଟେ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ରେନ୍‌ ଯୋଗେ ରାସ୍ତା କ୍ଲିୟର କରାଯାଉଛି। ଏହି ଦୁର୍ଘଟଣା ମସୁରୀ ରେଷ୍ଟ୍‍ ଏରିଆରୁ ଗାଜିଆବାଦ ଆଡ଼କୁ ଘଟିଛି।

କୁହାଯାଉଛି ଯେ ପ୍ରାତଃ ସମୟରେ ପାଗ ଟିକିଏ ସଫା ଥିବାବେଳେ ଧୀରେ ଧୀରେ କୁହୁଡ଼ି ମାଡ଼ି ଆସିଥିଲା। ଏକ୍ସପ୍ରେସ୍‌-େଓ୍ଵରେ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକ ଦେଖାଯାଉଛି। ଏହାର ସଂଖ୍ୟା ଆହୁରି ବି ଅଧିକ ହୋଇପାରେ। ରାସ୍ତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଲାଗିଛି।

ad-week
Leave A Reply

Your email address will not be published.