ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍‌ପର ଗୁରୁତର

add-all

ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି। 

ମିଳିଥିବା ଖବର ଅନୁସାରେ, ତମାଣ୍ଡୋ ଥାନା ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ ଛିଡ଼ା ହୋଇଥିଲା। ବିଳମ୍ବିତ ରାତିରେ ପାରାଦୀପ ପଟୁ ଆସୁଥିବା ଏକ କ୍ରୋମାଇଟ୍‌ ବୋଝେଇ ଟ୍ରକ୍ ପାର୍କିଂ ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ର ଆଗପଟୁ ଭାଙ୍ଗି ଚାପି ହୋଇଯାଇଥାବା ବେଳେ ଡ୍ରାଇଭର ଓ ହେଲ୍‌ପର ସେଥିରେ ଫସି ରହିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରଥମେ ହେଲ୍‌ପରକୁ ବାହାର କରିଥିଲେ। ହେଲେ ଡ୍ରାଇଭର ପୂରା ଚାପି ହୋଇଯାଇଥିବାରୁ କଟରରେ ଟ୍ରକ୍‌ର ଆଗପଟ କାଟି ତାଙ୍କୁ ବାହାର କରାଯାଇଥିଲା। ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ହେଲ୍‌ପର ଚିକିତ୍ସିତ ହେଉଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି।

ad-week
Leave A Reply

Your email address will not be published.