ସୁପ୍ରିମକୋର୍ଟରେ ଶିବସେନା ମାମଲା: ନିର୍ବାଚନ କମିଶନଙ୍କୁ ଉଦ୍ଧବ ଗୋଷ୍ଠୀର ଚ୍ୟାଲେଞ୍ଜ

add-all

ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ସରୁନି ଛକାପଞ୍ଝା। ଏକନାଥ ଗୋଷ୍ଠୀ ସପକ୍ଷରେ ନିର୍ବାଚନ କମିଶନ ରାୟ ଦେବା ପରେ ବି ଜାରି ରହିଛି ତୁତୁ ମେମେ। ଗତକାଲି ନିର୍ବାଚନ କମିଶନ ଶିବସେନା ଓ ଦଳର ନିର୍ବାଚନୀ ଚିହ୍ନ ଧନୁ-ତୀରକୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେଇଥିଲେ। ଏହାପରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାଭିଟ୍ ଦାଖଲ କରାଯାଇଥିଲା।

ଏବେ ଉଦ୍ଧବ ଠାକରେ ଗୋଷ୍ଠୀ ଉଚ୍ଚତମ ନ୍ୟାୟାଳୟଙ୍କ କବାଟ ବାଡେଇଛି। ସିନ୍ଦେ ଗୋଷ୍ଠୀର କ୍ୟାଭିଟ ଜବାବରେ ଆଜି ହିଁ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅନଲାଇନରେ ଆବେଦନ କରାଯିବ ଏବଂ ଜରୁରୀକାଳୀନ ଭିତ୍ତିରେ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ନିବେଦନ କରାଯିବ।

ଉଦ୍ଧବ ଠାକରେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ରାୟକୁ ଚ୍ୟାଲେଞ୍ଜ କରିବ। ନିର୍ବାଚନ କମିଶନଙ୍କ ରାୟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯିବ। ସୋମବାର କୋର୍ଟ ଆଗରେ ସମସ୍ତ ଆଇନଗତ ତଥ୍ୟକୁ ଦର୍ଶାଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଦ୍ଧବ ଗୋଷ୍ଠୀ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ କହିଛନ୍ତି ନିର୍ବାଚନ କମିଶନଙ୍କ ରାୟ ଏକତରଫା ହୋଇଛି। ଶିବସେନାର ସମ୍ବିଧାନରେ ସଂଶୋଧନ ଏକତରଫା ଭାବେ କରାଯାଇଛି। ଗଣତାନ୍ତ୍ରିକ ଉପାୟରେ ବହୁମତ ସାବ୍ୟସ୍ତ କରିବା ନେଇ ସମ୍ବିଧାନରେ ସଂଶୋଧନ କରାଯାଇନାହିଁ।

ad-week
Leave A Reply

Your email address will not be published.