ରେଳ ମନ୍ତ୍ରାଳୟରେ ଶେଷ ହେଲା ଭିଆଇପି ସଂସ୍କୃତି! କାର୍ଯ୍ୟାଳୟରେ ଆଟେଣ୍ଡାଣ୍ଟଙ୍କୁ ଡାକିବା ପାଇଁ ବ୍ୟବହୃତ ଘଣ୍ଟି ହଟାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ: ବିଭିନ୍ନ ସ୍ତରରେ ଭିଆଇପି ସଂସ୍କୃତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେଇ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସହାୟକ କର୍ମଚାରୀ (ଆଟେଣ୍ଡାଣ୍ଟ)ମାନଙ୍କୁ ଡାକିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଘଣ୍ଟିକୁ ଅଫିସ ଆଟେଣ୍ଡାଣ୍ଟଙ୍କୁ ଡାକିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ; ବରଂ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଡାକିବା ଉଚିତ। ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ବୈଷ୍ଣବ ପ୍ରଥମେ ନିଜ କାର୍ଯ୍ୟାଳୟରେ ଘଣ୍ଟି ହଟାଇଛନ୍ତି।
ପ୍ରତ୍ୟେକ କର୍ମଚାରୀଙ୍କୁ ସମାନ ସମ୍ମାନ ଦେବା ଏବଂ ଭିଆଇପି ସଂସ୍କୃତିର ମାନସିକତାକୁ ପରିବର୍ତ୍ତନ କରିବା ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ। ଏହା ସହ ପ୍ରତ୍ୟେକ କର୍ମଚାରୀଙ୍କ ଶତ ପ୍ରତିଶତ ଅଂଶଗ୍ରହଣ ଦ୍ୱାରା ପୂର୍ଣ୍ଣ ବେଗରେ ରେଳପଥ ଚଳାଇବାକୁ ମନ୍ତ୍ରୀ ଚାହୁଁଛନ୍ତି, ଯାହା କେବଳ ଶୂନ ପ୍ରତିଶତ ଭିଆଇପି ସଂସ୍କୃତି ଦ୍ୱାରା ସମ୍ଭବ ହୋଇପାରିବ ବୋଲି ତାଙ୍କର ବିଶ୍ୱାସ।
ପୂର୍ବରୁ ମଧ୍ୟ ରେଳମନ୍ତ୍ରୀ ବୈଷ୍ଣବ ଏଭଳି ପଦକ୍ଷେପ ନେଇଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିବା ଏବଂ ପରସ୍ପରର କାର୍ଯ୍ୟ ପ୍ରତି ଆନୁଗତ୍ୟ ଏବଂ ବିଶ୍ୱାସ ସୃଷ୍ଟି କରିବା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା।

ad-week
Leave A Reply

Your email address will not be published.