ପନିକିରେ ହାଣି ମହିଳାଙ୍କୁ ହତ୍ୟା…

add-all

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମର ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନା (୫୦)ଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୁଧବାର ସକାଳୁ ବୈତରଣୀ ନଦୀପଠାକୁ କେତେକ ଲୋକ ଗାଧୋଇ ଯାଇଥିଲେ। ସେଠାରେ ଏକ ମୃତଦେହ ପଡିଥିବା ଦେଖିବା ପରେ ଖବର ପ୍ରଘଟ ହୋଇଥିଲା। ମୃତଦେହଟି କ୍ଷତବିକ୍ଷତ ହୋଇପଡିଛି।

ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଛି। ମଙ୍ଗଳପୁର ପୁଲିସ ପହଞ୍ଚି ମୃତଦେହକୁ ବୈତରଣୀ ନଦୀବନ୍ଧ ହେମନ୍ତପୁର ଠାରୁ ଉଦ୍ଧାର କରିଛି। ସେଠାରେ ଏକ ପନିକି ପଡିଛି। ତେଣୁ ତାଙ୍କୁ ପନିକିରେ କେହି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପନିକିକୁ ଜବତ କରିଛି।

ad-week
Leave A Reply

Your email address will not be published.