ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍‌ ମ୍ୟାଲେରିଆ ଔଷଧ

add-all

ଭୁବନେଶ୍ୱର:ବ୍ରେନ୍ ମ୍ୟାଲେରିଆ ପାଇଁ ମହୌଷଧି। ବ୍ରେନ୍ ମ୍ୟାଲେରିଆ ରୋଗର ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ସଫଳତା। ରାଜ୍ୟରେ ଉଦ୍ଭାବନ ହୋଇଛି ମ୍ୟାଲେରିଆ ଚିକିତ୍ସାର ମହୌଷଧ ଥେରାପେଟିକ୍ ଇଣ୍ଟରଭେନସନ୍। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଆଇଏଲ୍ଏସ ବୈଜ୍ଞାନିକ ଲ୍ୟାବ୍ରେ ଏହି ମହୌଷଧିର ହୋଇଛି ସଫଳ ପରୀକ୍ଷଣ।

ପ୍ରଥମେ ମୂଷା ଦେହରେ ଏହାକୁ ପ୍ରୟୋଗ କରାଯାଇଥିଲା। ଯାହା ସଫଳ ହୋଇଥିଲା। ଖୁବ୍ଶୀଘ୍ର ଏହାକୁ ମାନବ ଦେହରେ ପରୀକ୍ଷଣ କରାଯିବ। ଏହା ଶରୀରରେ ପ୍ରତିଷେଧକ ଭାବେ କାର‌୍ୟ୍ୟ କରିବ ଏବଂ ରୋଗୀଙ୍କ ମୃତ୍ୟୁହାର କମାଇବ । ବୈଜ୍ଞାନିକ ଡାକ୍ତର ଅରୁଣ ନାଗରାଜ ଏବଂ ତାଙ୍କ ଟିମ୍ଙ୍କୁ ମିଳିଛି ଏହି ସଫଳତା। ତେବେ ଏହି ମହୌଷଧି ଦ୍ବାରା ମ୍ୟାଲେରିଆ ମୃତ୍ୟୁହାର କମିବ। ଆଇଏଲ୍ଏସ ବୈଜ୍ଞାନିକଙ୍କ ଏହି ଗବେଷଣା ସନ୍ଦର୍ଭ ବିଶ୍ବର ଖ୍ୟାତନାମା ସାଇନ୍ସ ମାଗାଜିନ୍ ‘ନେଚର’ରେ ପ୍ରକାଶିତ ହୋଇଛି |

ad-week
Leave A Reply

Your email address will not be published.