ଜଙ୍ଗଲରୁ ୨ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ…

add-all

ଆଠଗଡ଼: ଜଙ୍ଗଲରେ ଡେଥ୍‌ ସସ୍‌ପେନ୍‌ସ। ୨୪ ଘଣ୍ଟା ପରେ ବି ମିଳିନି ଦୁଇ ମୃତକଙ୍କ ପରିଚୟ। ସେମାନେ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରିଛି। ସେନେଇ କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଖୁଣ୍ଟୁଣୀ ପୋଲିସ।

ଗତକାଲି ଆଠଗଡ଼ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଭୋଗୁଆ ଜଙ୍ଗଲରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଆଉ ଜଣେ ଯୁବକ ରହିଥିଲେ । ମୃତକଙ୍କ ପାଖରେ ମଦ ବୋତଲ ଓ କିଛି ବିଷାକ୍ତ ଔଷଧ ବୋତଲ ପଡିଥିଲା। ଘଟଣା ସ୍ଥଳରେ ଖୁଣ୍ଟୁଣୀ ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.