ପୁଣି ଜଣେ ଛାତ୍ର ମସ୍ତିଷ୍କ ଜ୍ୱରରେ ଆକ୍ରନ୍ତ; ପଜିଟିଭ୍‌ ସଂଖ୍ୟା ୮କୁ ବୃଦ୍ଧି…

add-all

ସୋର: ପୁଣି ଜଣେ ୧୨ ବର୍ଷୀୟ ଛାତ୍ର ଜାପାନିଜ ଏନସେଫାଲାଇଟସ ପଜିଟିଭି ଆକ୍ରାନ୍ତ। ପଜିଟିଭି ସଂଖ୍ୟା ୭ରୁ ବଢ଼ି ଏବେ ୮ରେ ପହଞ୍ଚିଛି। ପ୍ରଥମ ଥର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମ ବାହାରୁ ସାଦମପୁର ଗାଁରୁ ବାହାରିଲା ପଜିଟିଭି। ଛାତ୍ର ଜଣକ ରାଧାନାଥ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର। ତାଙ୍କୁ ସୋର ଡାକ୍ତଖାନାରୁ ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଵିଦ୍ୟାଳୟ ର ୧୦ ଜଣ ଛାତ୍ରଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେଥିରେ ଛାତ୍ର ଜଣଙ୍କର ପଜିଟିଭି ବାହାରିଥିଲା । ବର୍ତ୍ତମାନ ଆଶ୍ରମ ବାହାରୁ ଜାପାନୀ ଜ୍ୱର ଚିହ୍ନଟ ପରେ ସାଧାରଣରେ ଭୟଭୀତ ହେଉଥିବାର ପରିଲକ୍ଷିତ ହେଉଛି । ଛାତ୍ର ଜଣଙ୍କୁ ସୋର ଡାକ୍ତଖାନାରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଜାପାନୀ ଜ୍ୱର ପଜେଟିଭି ସଂଖ୍ୟା ଆଶ୍ରମ ଛାତ୍ରୀଙ୍କ ୭ ଥିବାଵେଳେ ରାଧାନାଥ ଏମିଇ ସ୍କୁଲର ଜଣେ ଛାତ୍ର ଆକ୍ରାନ୍ତଙ୍କୁ ମିଶାଇ ୮ରେ ପହଞ୍ଚିଛି ।

ad-week
Leave A Reply

Your email address will not be published.