ଧାନ କିଣିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଧାରଣା…

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ବ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର ଗଣଧାରଣା ଦେଇଛନ୍ତି । ଚାଷୀ ଓ ଭାଗ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଦର ଦେବା, ସରକାରୀ ଦର ଉପରେ ରାଜ୍ୟ ସରକାର କୁଇଣ୍ଟାଲ ପ୍ରତି ୧ ହଜାର ବୋନସ୍‌ ପ୍ରଦାନ ଦାବି ହୋଇଛି। ଏନେଇ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଗଣଧାରଣା ରେ ଓଡିଶା କୃଷକ ସଭା ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ଜିଲ୍ଲାର ବରିଷ୍ଠ ନେତା ଗୋପାଳ କୃଷ୍ଣ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼, ଦଳିତ ମୁକ୍ତି ମଞ୍ଚ ଆବାହକ ରାମଚନ୍ଦ୍ର ନାୟକ,ଖଲି ସ୍ୱାଇଁ,ସୁଶାନ୍ତ ଷଡ଼ଙ୍ଗୀ,ଲକ୍ଷ୍ମଣ ନାୟକ,ବୈରାଗୀ ବେହେରାଙ୍କ ସମେତ ଶତାଧିକ ଚାଷୀ ଓ ଭାଗ ଚାଷୀ ମାନେ ସାମିଲ ଥିଲେ

ad-week
Leave A Reply

Your email address will not be published.