ଜନସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି ଟଙ୍କା, ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା…

add-all

ଭୁବନେଶ୍ୱର :ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୩ ଗୁଣ। ଏହା ମୋଟ ବ୍ୟୟ ବରାଦର ୭ ପ୍ରତିଶତ। ଜନସ୍ୱାସ୍ଥ୍ୟର ମୋଟ ବ୍ୟୟ ବରାଦ ମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୫ ହଜାର ୭୫୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଚଳିତ ବର୍ଷ ନୂଆ ଯୋଜନା ଆମ ହସ୍ପିଟାଲ ଆରମ୍ଭ ହେବ। ବର୍ଷକ ମଧ୍ୟରେ ୧୪୭ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିତ କରାଯିବ। ମୋ ହସ୍ପିଟାଲ ପାଇଁ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା। ଚଳିତ ବର୍ଷ ୫ ହଜାରରୁ ଅଧିକ ଡାକ୍ତର ଓ ୯ ହଜାରରୁ ଅଧିକ ନର୍ସ ଓ ପାରାମେଡିକସ ନିଯୁକ୍ତି ପାଇବେ।

ad-week
Leave A Reply

Your email address will not be published.