
ମାଲକାନଗିରି,୨୪।୨ : ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ଵ ଶିକ୍ଷୟିତ୍ରୀ, ଶିକ୍ଷକ ସେମାନଙ୍କର ପଦୋନ୍ନତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଯେକ୍ଷାବ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତିା ଦାବିଗୁଡିକ ମଧ୍ୟରେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଶିକ୍ଷକ ଶିକ୍ଷିୟିତ୍ରୀ ମାନେ ସେମାନେ ଲେବେଲ ୧ ଓ ଲେବେଲ ୨ କାଟେଗରି ହୋଇଥଇବା ବେଳେ ଗତ ଦୁଇବର୍ଷ ହେଲା ପଦୋନ୍ନତିରେ ସେମାନଙ୍କୁ ଉପେକ୍ଷା କରା ଯାଇ କନିଷ୍ଠ ମାନଙ୍କୁ ପଦୋନ୍ନତି ଦିଆ ଯାଇଛିା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଗତ ୧୨.୧୦.୨୦୨୨ ରେ ପ୍ରକାଶ ପାଇଥିବା ଗେଜେଟ ଅନୁସାରେ କୌଣସି ଅନୁସଚିତ ଜାତି ଜନଜାତି ପ୍ରାର୍ଥୀ ନିଯୁକ୍ତି କିମ୍ବା ପଦୋନ୍ନତି ପାଇଁ ମେରିଟ୍ ଲିଷ୍ଟ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଉପରେ ସ୍ଥାନିତ ହେଲେ ତାଙ୍କୁ ଅଣସଂରକ୍ଷିତରେ ଆଡଜଷ୍ଟ କରାଯିବା କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଦୁଇଟି ପ୍ରମୋସନ କ୍ଷେତ୍ରରେ ଏହାର ବ୍ୟତିକ୍ରମ କରା ଯାଇଛିା ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓଡିଶାଙ୍କ ପତ୍ର ସଂଖ୍ୟା ୧୧୧୨୪-ଏସ୍ଏସ୍.ଡି ତାରିଖ ୧୫.୦୩.୨୦୦୭ ଅନୁସାରେ କୌଣସି ପରିସ୍ଥିତିରେ ରିଜର୍ଭେସନ ୫୦ ପ୍ରତିଶଥ ଉପରେ ହୋଇ ପାରିବ ନାହିାଁ କିନ୍ତୁ ଗତ ଦୁଇଟି ପ୍ରମୋସନ ବେଳେ ଏହାକୁ ଉଲଙ୍ଘନ କରା ଯାଇ ୬୧.୨୫ ପ୍ରତିଶତ ରିଜର୍ଭେସନ ଦେଇ ପ୍ରମୋସନ ଦିଆ ଯାଇଛିା କିନ୍ତୁ ବରିଷ୍ଠ ମାନେ ଏଥିରୁ ବଂଚିତ ହୋଇଛନ୍ତି ବୋଲି ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ମାଲକାନଗିରି କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଆସିଥିବା ବିଭାଗୀୟ ଉପନିର୍ଦେଶକ ଚିତରଂଜନ ପାଣିଗ୍ରାହି ତାଙ୍କ ରିପୋର୍ଟରେ ଉପରୋକ୍ତ ନିୟମ ସବୁ ପ୍ରମୋସନ ସମୟରେ ନିଶ୍ଚିତ ରୁପେ ପାଳନ କରିବାକୁ ଲେଖିଛନ୍ତିା କିନ୍ତୁ ତାଙ୍କର ଆଦେଶକୁ ବ୍ୟତିକ୍ରମ କରା ଯାଇଛିା ଏଣୁ ଦୁଇବର୍ଷ ମଧ୍ୟରେ ବେନିୟମ ବାବେ ପ୍ରମୋସନ ଆଦେଶ କୁ ବାତିଲ କରାଯିବା ସହିତ ଉଚ୍ଚ ନ୍ୟାୟାଳୟ କେଶ ନଂ ୨୪୨୮୯/୨୦୨୨ ଓ ୨୪୨୮୭/୨୦୨୨ ରେ ଶୁଣାଣୀ କରିଥଇବା ଆଦେଶକୁ କାର୍ଯ୍ୟକାରୀ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତିା ଆଜି ସଂଘର ସଭାପତି ବିଶ୍ୱନାଥ ଶବର, ଓ ସମ୍ପାଦକ ଗଦାଧର ସେଠିହ୍କ ନେତୃତ୍ୱରେ ୫୦୦ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ତ୍ଵରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।