ଜୟଲୁକ୍କାସ ଗ୍ରୁପ୍‌ର ୩୦୫ କୋଟି ସମ୍ପତ୍ତି ଜବତକଲା ଇଡି…

add-all

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୱେଲାରୀ କମ୍ପାନୀ ଜୟଲୁକ୍କାସ ଗ୍ରୁପ୍‌ର ମାଲିକ ଜୟ ଜୟଲୁକ୍କାସ ଭର୍ଗିଜ୍‌ଙ୍କ ୩୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଥିବା ଶୁକ୍ରବାର କହିଛି । କମ୍ପାନୀ ଦ୍ୱାରା ହାୱାଲା ମାଧ୍ୟମରେ ବିପୁଳ ପରିମାଣର କ୍ୟାସ୍ ଦୁବାଇ ପଠାଯାଇଥିବା ଅଭିଯୋଗରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଜବତ ସମ୍ପତ୍ତି ମଧ୍ୟରେ ୮୧.୫୪ କୋଟିର ୩୩ ସ୍ଥାବର ସମ୍ପତ୍ତ, ୯୧.୨୨ ଲକ୍ଷର ତିନିଟି ବ୍ୟାଙ୍କ ଆକାଉଣ୍ଟ୍‌, ୫.୫୮ କୋଟି ଟଙ୍କାର ତିନିଟି ଫିକ୍ସଡ୍ ଡିପୋଜିଟ୍ ଏବଂ ୨୧୭.୮୨ କୋଟି ଟଙ୍କା ଜୟଲୁକ୍କାସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଶେୟାର ସାମିଲ ବୋଲି ଇଡି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । ଇଡି କହିଛି, ହାୱାଲା ଜରିଆରେ ବିପୁଳ ପରିମାଣର କ୍ୟାସ୍ ଦୁବାଇ ପଠାଯିବା ପରେ ଜୟଲୁକକାସ ଜ୍ୱେଲାରୀ ଏଲ୍‌ଏଲ୍‌ସି, ଦବାଇରେ ନିବେଶ କରାଯାଇଛି ।

ad-week
Leave A Reply

Your email address will not be published.