ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଜାରି: ୩ ଦିନରେ ୩ ଲକ୍ଷ ୨୪ ହଜାର ୪୨୮ ଅଣ୍ଡାଦାନ…

add-all

ବ୍ରହ୍ମପୁର :ଗଞ୍ଜାମ ଜିଲା ପୋଡ଼ମପେଟା ଓ ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେ ସାମୂହିକ ଅଣ୍ଡାଦାନ ଜାରି ରହିଛି। ଗୁରବାର ସକାଳୁ ଶନିବାର ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୪୨୮ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ହୋଇଥିବା ରେକର୍ଡ କରିଛି ବନବିଭାଗ। ଶୁକ୍ରବାର ରାତିରେ ପ୍ରଥମ ପ୍ରହରରୁ ଶନିବାର ସକାଳ ପର୍ଯ୍ୟନ୍ତ ୧ ଲକ୍ଷ ୩୮ ହଜାର ୮୨୯ଟି ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିଥିବା ବେଳେ ଗୁରବାର ସକାଳଠାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୫୧ ହଜାର ୩୨୩, ଶୁକ୍ରବାର ସକାଳ ୬ଟା ମଧ୍ୟରେ ୧, ଲକ୍ଷ ୩୪ହଜାର ୨୩୬ଟି ଅଲିଭ ରିଡ୍‌ଲେ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଆହୁରି ପ୍ରାୟ ୩/୪ଦିନ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଗଣ ଅଣ୍ଡାଦାନ ହେବ ବୋଲି ପୂର୍ବାନୁମାନ କରିଛି ବନ ବିଭାଗ l ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ad-week
Leave A Reply

Your email address will not be published.