ବିପଦ ସଂକୁଳ ଅବସ୍ଥାରେ ବଜାରରେ ରହିଛି ବିଦ୍ୟୁତ ଖୁଣ୍ଟ…

add-all

ଦାରିଙ୍ଗବାଡି, ୨୫/୦୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ସ୍ଥିତ କନଭେଣ୍ଟ ଛକରେ ଦୀର୍ଘ ବର୍ଷ ହେବ ଲୁହାର ବିଦ୍ୟୁତ ଖମ୍ବ ରହିଛି। ହେଲେ ଏହି ବିଦ୍ୟୁତ ଖମ୍ବ ନିକଟରେ ବିରାଟ କାୟ ଚାକୁଣ୍ଡା ଗଛ ରହିଛି। ଏହି ଗଛର ଶାଖା ଗୁଡିକ ବିଦ୍ୟୁତ ତାର ଓ ବିଦ୍ୟୁତ ଖମ୍ବକୁ ଛୁଇଁ ରହିଛି ଓ ଗଛର ସାଖାପ୍ରଶାଖା ମଧ୍ୟ ବିଦ୍ୟୁତ ତାର ଉପରେ ରହିଛି। ଯାହାକି ବିପଦର ଆଶଙ୍କା ରହି ଥିବା ଅନୁମାନ କରା ଯାଉଛି।କେତେବେଳେଯେ ଚାକୁଣ୍ଡା ଗଛର ଶାଖା ଭାଙ୍ଗି ପଡି ବିଦ୍ୟୁତ ତାର ଛିଣ୍ଡି କେତେଜଣଙ୍କ ଜୀବନଯେ ନଜୀବ କିଏ କହି ପାରିବ। ଏଣୁ ବ୍ୟବସାୟୀ ଗୋଷ୍ଠୀ ବହୁ ଚିନ୍ତାରେ ଥିବା ଜଣାପଡିଛି। ଏହି ସମସ୍ୟା ସମ୍ପର୍କରେ ବଜାର ଗୋଷ୍ଠୀ ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଦେଇ ଆସୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ଏହି ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉକି ଏହି ବିତ୍ୟୁତ ଖମ୍ବରୁ କନଭେଂଟ, ଇନ୍ଦିରା କଲୋନୀ (ମାରିଆପଲ୍ଲୀ) ,ବଜାର ସ୍ଥିତ ବହୁ ଘର, ଦୋକାନ ସହିତ ଓଲଡିଂ ଦୋକାନ ଗୁଡିକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଯୋଗାଇ ଦେଇଛି। ବିପଦର ଆଶଙ୍କା ଥିବାରୁ କଂକ୍ରିଟ ବିଦ୍ୟୁତ ଖମ୍ବ ସହିତ କେବୁଲ ଲାଇନ ସଂଯୋଗ କରିବାକୁ ସର୍ଵ ସାଧାରଣରେ ଦାବୀ ହେଉଛି।

ad-week
Leave A Reply

Your email address will not be published.