ଅଟ୍ରୀ ହଟକେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ମୂର୍ତ୍ତି ଓ ଅଳଙ୍କାର ସହ ଦାନବାକ୍ସ ଲୁଟ୍…

add-all

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଅଟ୍ରୀର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର। ମନ୍ଦିରରୁ ରୁପାର ନାଗ ମୂର୍ତ୍ତି, ଦେବୀ ପାର୍ବତୀଙ୍କ ଅଳଙ୍କାର ଓ ରୁପାର ଶିବ ମୂର୍ତ୍ତି ସହ ଦାନବାକ୍ସ ନେଇ ଯାଇଛନ୍ତି ଚୋର। ସେହିପରି ମନ୍ଦିର ପରିସରରେ ଥିବା ପ୍ରେମାନନ୍ଦ ଆଶ୍ରମରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୁପା କିରଟି ଏବଂ ରାଧା କୃଷ୍ଣଙ୍କ ରୁପା କିରଟି ମଧ୍ୟ ନେଇ ଯାଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ବେଳେ ତିନି ଜଣ ଚୋର ମନ୍ଦିର ଭିତରେ ପଶିଥିବା ସିସିଟିଭିରେ କଏଦ ଦୃଶ୍ୟରୁ ଜଣାପଡ଼ିଛି।

ମନ୍ଦିର ପରିସରରେ ଗତକାଲି ୪ ଜଣ ପାଳିଆ ସେବାୟତ ରହିଥିବା ବେଳେ ଏହି ଲୁଟ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୋରରେ ପାଳିଆ ସେବାୟତ କାଙ୍ଗାଳୀ ରଣା ଠାକୁରଙ୍କ ସେବା ପାଇଁ ପହଡ଼ ଖୋଲିବା ବେଳେ ଲୁଟ ସମ୍ପର୍କରେ ଜଣାପଡ଼ିଥିଲା ।

ମନ୍ଦିର ଟ୍ରଷ୍ଟି ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କୌଣସି ମୂର୍ତ୍ତି ଚୋରି ରାକେଟର ଏହି ଘଟଣାରେ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ ହେଉଛି।

ଠାକୁରଙ୍କ ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରାତି ହେଲେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ବେଳେ ପୁଲିସ ଚୁପ ରହୁଥିବାରୁ ଏପରି ଘଟଣା ବଢୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଦାନବାକ୍ସ ଚୋରି ହୋଇଥିବା କହିଛନ୍ତି ସେବାୟତ। ଏଥର ଚୋରି ହୋଇଥିବା ଦାନବାକ୍ସ ଦୁଇ ମାସ ହେଲା ଖୋଲା ଯାଇ ନଥିଲା ବୋଲି ଜଣାପଡ଼ିଛି। 

ad-week
Leave A Reply

Your email address will not be published.