ବିଏସ୍‌ଏଫ୍ ଯବାନଙ୍କ ମାଡ଼ରେ ଟ୍ରାଫିକ କନଷ୍ଟେବଲ ଆହତ…

add-all

ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ।

ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଏସ୍‌ଏଫ୍ ଯବାନ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସଂଗ୍ରାମ ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ସଂଗ୍ରାମ ବିଶ୍ୱାଳ ମଟନ୍ ନେବା ପାଇଁ ଭିଏସ୍‌ଏସ୍ ନଗର ହାଟକୁ ଯାଇଥିଲେ। ସେ ତାଙ୍କ ବାଇକ୍‌କୁ ହାଟର ଯେଉଁ ସ୍ଥାନରେ ପାର୍କିଂ ପାଇଁ ବାରଣ କରାଯାଇଛି, ସେଠାରେ ରଖିଥିଲେ। ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ମନୋଜ ବେହେରା ଅଟକାଇ ଥିଲେ। ବାଇକ୍ ହଟାଇବାକୁ ସେ ସଂଗ୍ରାମଙ୍କୁ କହିଥିଲେ। କିନ୍ତୁ ସଂଗ୍ରାମ ମାନି ନଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ କଥା ଠେଲାପେଲା ଓ ଆକ୍ରମଣ ଆଡ଼କୁ ଚାଲି ଯାଇଥିଲା।

ad-week
Leave A Reply

Your email address will not be published.