ଦ୍ୱିତୀୟ ବିବାହ କଲେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର…

add-all

ପିପିଲି: ଦ୍ୱିତୀୟ ବିବାହ କଲେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ସେ ତାଙ୍କ ଜୀବନ ସାଥି କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ତଥା ପିପିଲିର ଏକ ରିସୋର୍ଟରେ ବୈଦିକ ରୀତିନୀତି ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସରିଛି ଉଭୟଙ୍କ ବିବାହ।

ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି। ଦିବ୍ୟ ସ୍କାଏ ବ୍ଲୁ ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ ପ୍ରିୟଙ୍କା ଅଫ୍ ହ୍ୱାଇଟ୍ ଲେହେଙ୍ଗା ପିନ୍ଧିଥିଲେ।

ଗତକାଲି ଉଭୟଙ୍କ ନିର୍ବନ୍ଧ ସରିଥିଲା। ଆଜି ନିରାଡମ୍ବର ଭାବେ ହୋଇଛି ଏହି ବିବାହ। ଉତ୍ସବରେ କେବଳ ନିକଟତମ ସଂପର୍କୀୟ ଓ ନିର୍ଦ୍ଧିଷ୍ଟ କିଛି ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ। ଏବେ ସେ ପୁଣି ବିବାହ କରିଛି ଓ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.