ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

add-all

ଗଂଜାମ : ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍। ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ବିଳମ୍ବିତ ରାତିରେ ଏକ ଆଇରନ ବୋଝଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ଫାୟାର ଷ୍ଟେସନକୁ ଫୋନ ଯୋଗେ ଜଣାଇଥିଲେ। ଫଳରେ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀର ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା।

ସୂଚନାନୁଯାୟୀ, ଆଇରନ୍ ବୋଝେଇ ଟ୍ରକ୍ କେନ୍ଦୁଝର ଠାରୁ ଗୋପାଳପୁର ବନ୍ଦରକୁ ଆଇରନ ପଥର ନେଇ ଯାଉଥିବା ବେଳେ ଗଞ୍ଜାମ ଶନିମନ୍ଦିର ଛକ ଠାରେ ଏହି ଘଟଣା ଘଟିଥିଲା। ସଟସର୍କିଟ୍ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରୁଛି ପୋଲିସ। ଗାଡିର ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି।

ad-week
Leave A Reply

Your email address will not be published.