ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର

add-all

ରାଉରକେଲା : ପୋଷ୍ଟ ଅଫିସର ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ସିବିଆଇ। ଧରାପଡ଼ିଥିବା ଏହି ଲାଞ୍ଚୁଆ ଅଧିକାରୀ ଜଣକ ରାଉରକେଲା ସେକ୍ଟର- ୨୧ରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ କାମ କରୁଥିବା ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ବିଶ୍ୱରଞ୍ଜନ ବେହେରା। ଲାଞ୍ଚ ଟଙ୍କା ଜବତ କରିବା ସହ ଏହି ପୋଷ୍ଟ ଅଫିସ୍ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ଏହି ଘଟଣାର ଅନ୍ୟ ଦୁଇ ଜଣ ପୋଷ୍ଟ ଅଫିସ୍ କର୍ମଚାରୀଙ୍କୁ ମଧ୍ୟ ସିବିଆଇ ଅଟକ ରଖି ପଚରାଉଚରା କରୁଛି।

ରାଉରକେଲାର ଜଣେ ବିଧବା ମହିଳା ପ୍ରଭାସିନୀ ସ୍ୱାଇଁ ଏହି ପୋଷ୍ଟ ଅଫିସ୍‌ରେ ତାଙ୍କ ସ୍ୱାମୀ ରଖିଥିବା ଫିକ୍ସ ଡିପୋଜିଟ ଟଙ୍କା ଉଠାଇବାକୁ ଚାହୁଁଥିଲେ। ହେଲେ ଏଥିରେ ସହଯୋଗ କରୁ ନ ଥିଲେ ପୋଷ୍ଟ ଅଫିସ୍‌ର ଅଧିକାରୀ। ଫଳରେ ପ୍ରଭାସିନୀ ନିରାଶ ହୋଇଥିଲେ। ଟଙ୍କା ଉଠାଇବାକୁ ହେଲେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଶ୍ୱରଞ୍ଜନ।

ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟରଙ୍କ ସମେତ ୨ ଜଣ। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଏହି ରେଡ୍‌ରେ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.