ମାଟି ଧସି ନାବାଳକ ମୃତ

add-all

ମୋହନା:  ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ। ନଦୀରେ ଖେଳୁଥିବା ବେଳେ ବାଲିରେ ପୋତି ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ରାମ ରଇତଙ୍କ ୧୦ ବର୍ଷର ଶିଶୁପୁତ୍ର ଈଶ୍ୱର ରଇତ । ସୂଚନା ପ୍ରକାରେ ଆଜି କିଛି ଶିଶୁ ପାଟପାଣି ଗ୍ରାମଦେଇ ଯାଇଥିବା ରାମ ନଦୀ ମଧ୍ୟରେ ଗାତ କରି ଖେଳୁଥିଲେ ସେହି ସମୟରେ ହଠାତ ନଦୀର ବାଲି ଧସିଯାଇ ଶିଶୁ ମାନଙ୍କ ଉପରେ ପଡିଥିଲା। 

ଫଳରେ ତିନି ଜଣ ଶିଶୁ ବାଲିରେ ପୋତି ହୋଇଯାଇଥିଲେ ।  ସ୍ଥାନୀୟ ଲୋକେ ଶିଶୁ ମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  କିନ୍ତୁ ଶ୍ୱାସରୁଦ୍ଧ ଯୋଗୁଁ ୧୦ବର୍ଷର ଈଶ୍ୱର ରଇତଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ।  ଚିକିତ୍ସା ପରେ ଅନ୍ୟ ଦୁଇ ଜଣ ଶିଶୁଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ad-week
Leave A Reply

Your email address will not be published.