ବିବାହ ପରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ବିଧାୟକ ଦିବ୍ୟଶଙ୍କର ଓ ପତ୍ନୀ ପ୍ରିୟଙ୍କା…

add-all

ପୁରୀ: ଦ୍ୱିତୀୟ ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି। ମଧ୍ୟାହ୍ନରେ ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ସେବାୟତମାନେ ଏହି ନବ ଦମ୍ପତିଙ୍କୁ ଖଣ୍ଡୁଆ ପାଠ ଦେଇ ସ୍ୱାଗତ କରିଥିଲେ। ପରେ ଶ୍ରୀମନ୍ଦିରକୁ ଯାଇ ବେଢା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଏହି ନବ ଦମ୍ପତୀ। ଠାକୁର ଦର୍ଶନ ସାରିବା ପରେ ଆନନ୍ଦ ବଜାର ଯାଇ ସେମାନେ ମହାପ୍ରସାଦ ଖାଇଥିଲେ।

ସେଠାରୁ ଫେରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇବା ପାଇଁ ଦୁହେଁ ସାଙ୍ଗ ହୋଇ ଆସିଥିବା ଗଣମାଧ୍ୟମକୁ କହିଥିଲେ ଦିବ୍ୟଶଙ୍କର।

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁ’ର ସଫ୍ଟୱେୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଗତକାଲି ପିପିଲି ସ୍ଥିତ ଦ’ ଆଡ଼ଭେନଚର କନଭେନସନ ରିସର୍ଟ ଠାରେ ବାହାଘର ସମ୍ପନ୍ନ ହେବା ପରେ ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏହି ନବ ଦମ୍ପତି ଆସିଥିଲେ।

ad-week
Leave A Reply

Your email address will not be published.