ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ SRC

add-all

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ଧଳଙ୍କୁ ଏସ୍‌ଆର୍‌ସି ଦାୟିତ୍ୱ ଦିଆଯାଇଛି।

ନିକୁଞ୍ଜ ଧଳ ଏବେ ଶକ୍ତି ଓ ଅବକାରୀ ବିଭାଗ ସଚିବ ଅଛନ୍ତି। ତା’ ସହିତ ସେ ଗ୍ରୀଡକୋ ଓ ଓଡ଼ିଶା ଷ୍ଟେଟ୍ ବେଭେରେଜ୍ କର୍ପୋରେସନ୍‌ର ଅଧ୍ୟକ୍ଷ ଅଛନ୍ତି। ସେ ଏବେ ଏସ୍‌ଆର୍‌ସି ଦାୟିତ୍ୱ ସହିତ ପୂର୍ବରୁ ତାଙ୍କ ପାଖରେ ଥିବା ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ad-week
Leave A Reply

Your email address will not be published.