ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନ: ଏସ୍‌ସିବିକୁ ସ୍ଥାନାନ୍ତରିତ ହେଲେ ଆହତ ଏସିପି ଓ ଏସ୍‌ଆଇ

add-all

କଟକ: ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନରେ ଆହତ ହୋଇଥିବା କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ର ଏସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସବଇନ୍‌ସପେକ୍ଟର ଦେବବ୍ରତ ମହାନ୍ତି ମଧ୍ୟ ଏସିବିରେ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତର ଟିମ୍‌ ପ୍ରସ୍ତୁତ ରହିଛନ୍ତି।

ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନରେ ଘଟଣାରେ ଆହତ ପୁଲିସ କର୍ମୀଙ୍କୁ ପୁଲିସ କମିସନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ଓ ଡିଜି ସୁନୀଲ କୁମାର ବଂସଲ ଭେଟିଛନ୍ତି। ବିଜେପି କର୍ମୀଙ୍କ ସହିତ ଧସ୍ତାଧସ୍ତି ବେଳେ ୨୧ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି। ଏଥି ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।

ad-week
Leave A Reply

Your email address will not be published.