ଜାନୁଆରି- ଫେବ୍ରୁଆରି; ୨୬୪ ଜିଲ୍ଲାରେ ବୁନ୍ଦାଏ ବି ବର୍ଷା‌ ନାହିଁ…!

add-all

ନୂଆଦିଲ୍ଲୀ: ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍‌ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ଅଂଶ‌ରେ ଟୋପାଏ ବି ବର୍ଷା ନାହିଁ। ଆଇଏମ୍‌ଡି ତଥ୍ୟ ଅନୁଯାୟୀ ଜାନୁଆରି ୧ରୁ ଫେବ୍ରୁଆରି ୨୭ ମଧ୍ୟରେ ଦେଶର ୭୧୭ଜିଲ୍ଲାରୁ ୨୬୪ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ। ଏହି ସମୟ ମଧ୍ୟରେ ୭୧୭ ଜିଲ୍ଲା ପାଇଁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ଯେ ପ୍ରାୟ ୨୪୩ ଜିଲ୍ଲାରେ ମାମୁଲି ବର୍ଷା ହୋଇଛି ଏବଂ ୧୦୦ ଜିଲ୍ଲାରେ ଖୁବ୍‌ କମ୍ ବର୍ଷା ହୋଇଛି। ୫୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ୧୭ ଜିଲ୍ଲାରେ ସ୍ବାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଛି ଏବଂ ୩୬ ଜିଲ୍ଲା‌ରେ ଅତ୍ୟଧିକ ବର୍ଷା ହୋଇଛି।
ପଂଜାବରେ ୧୮ ଜିଲ୍ଲା ଏବଂ ହରିୟାଣାରେ ୧୩ ଜିଲ୍ଲାରେ ଅତି ଉତ୍କଟ ବର୍ଷାଭାବ ଦେଖାଦେଇଛି। ଦେଶରେ ୩୭ ପ୍ରତିଶତ ଅଞ୍ଚଳରେ ଆଦୌ ବର୍ଷା ହୋଇନି। ୩୪ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକଠାରୁ ଅତି କମ୍‌ ବର୍ଷା ହୋଇଛି। ୧୪ ପ୍ରତିଶତ ଅଂଶରେ କମ୍‌ ବର୍ଷା ହୋଇଥିବା ବେଳେ ୮ ପ୍ରତିଶତ ଅଂଶରେ ସ୍ବାଭାବିକ ବର୍ଷା ହୋଇଛି। ଅନ୍ୟପକ୍ଷେ ୨ ପ୍ରତିଶତ ଅଂଶରେ ଅଧିକ ବର୍ଷା ଏବଂ ଦେଶର ୫ ପ୍ରତିଶତ ଅଞ୍ଚଳରେ ଅତ୍ୟଧିକ ବର୍ଷା ହୋଇଛି।

ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ଅନେକ ଅଂଶରେ ଫେବ୍ରୁଆରିରେ ଆଦୌ ବର୍ଷା ହୋଇନି। ଆଗାମୀ ୩ ଦିନ ମଧ୍ୟରେ ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଉତ୍ତର ଭାରତରେ ତାପମାତ୍ରା ଏବେ ସ୍ବାଭାବିକଠାରୁ ୩-୫ ଡିଗ୍ରି ସେଲ୍‌ସିୟସ ଅଧିକ ରହୁଛି ଏବଂ ଆଗକୁ ଭୀଷଣ ଗ୍ରୀଷ୍ମ ଲହରି ଅନୁମାନ କରାଯାଇଛି।

ad-week
Leave A Reply

Your email address will not be published.